ଘରୋଇ ବିଦ୍ୟାଳୟରେ ଶତକଡ଼ା ୨୫ ଭାଗ ସ୍ଥାନ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ: ସମସ୍ତ ପଢ଼ା ଖର୍ଚ୍ଚ ତୁଲାଇବେ ସରକାର

ରାଜ୍ୟର ସବୁ ଘରୋଇ ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ୨୫ ପ୍ରତିଶତ ସ୍ଥାନ ଗରିବ, ପଛୁଆବର୍ଗ ଏବଂ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସଂରକ୍ଷିତ ରଖିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି୤

ମାଟ୍ରିକ୍‌ ପରୀକ୍ଷା ପରିଚାଳନା ପାଇଁ ନୂତନ ବ୍ୟବସ୍ଥା: ନିଜ ସ୍କୁଲରେ ପରୀକ୍ଷା ହେବ

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଅଣାଯିବ୤ ୨୫ଶହ ପରୀକ୍ଷା କେନ୍ଦ୍ରରେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବେ, କିନ୍ତୁ ପରୀକ୍ଷକ ଅଦଳବଦଳ ହେବ୤ ଅର୍ଥାତ୍‌, ଗୋଟିଏ ବିଦ୍ୟାଳୟର ଶିକ୍ଷକ, ଅନ୍ୟ ବିଦ୍ୟାଳୟରେ ଯାଇ ପରୀକ୍ଷା ପରିଚାଳନା କରିବେ୤

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଛାତ୍ରଙ୍କ ସଫଳତା ଛାତ୍ରୀଙ୍କ ତୁଳନାରେ ଅଧିକ

କଟକ: ବହୁ ବାଦବିବାଦ ମଧ୍ୟରେ ସମ୍ପନ୍ନ ହୋଇଥିବା ମାଟ୍ରିକ୍‌ ପରୀକ୍ଷା ଫଳ ଇତିମଧ୍ୟରେ ପ୍ରକାଶ ପାଇଛି୤ ଏଥିରେ ବାଲେଶ୍ବର ଜିଲ୍ଲା ଔପଦା ଉଚ୍ଚବିଦ୍ୟାଳୟର ଛାତ୍ର ଦିବ୍ୟାଂଶୁ କର ମୋଟ ୬୦୦ ନମ୍ବରରୁ ୫୮୮ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି୤ ସେହିପରି ବୌଦ ସରସ୍ବତୀ ଶିଶୁମନ୍ଦିରର ଛାତ୍ର ଅଙ୍କିତ ମହାପାତ୍ର ୫୮୩ ନମ୍ବର ଓ ରେଭେନ୍ସା କଲେଜିଏଟ୍‌ ଉଚ୍ଚବିଦ୍ୟାଳୟର ଛାତ୍ରୀ ସ୍ଥିତପ୍ରଜ୍ଞା ନାଥଶର୍ମା ୫୮୨ ନମ୍ବର ରଖି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ [...]

ସୁନ୍ଦରଗଡ଼ ଜିଲ୍ଲାରେ ତାଲିମ ନେବେ ୪୧୭ ଜଣ ଶିକ୍ଷକ

ସୁନ୍ଦରଗଡ଼: ସମ୍ପ୍ରତି ରାଜ୍ୟ ସରକାର ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କୁ ତାଲିମପ୍ରାପ୍ତ ହେବା ପାଇଁ ବାଧ୍ୟତାମୂଳକ କରିଛନ୍ତି୤ ଏହି କ୍ରମରେ ଅଣ ତାଲିମ ପ୍ରାପ୍ତ ଶିକ୍ଷକମାନଙ୍କୁ ଚଳିତ ବର୍ଷ ସରକାର ତାଲିମ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି୤ ଏ ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଥିବା ଅଣ ତାଲିମ ପ୍ରାପ୍ତ ଶିକ୍ଷକମାନଙ୍କୁ ମଧ୍ୟ ତାଲିମ ଦେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି୤ ଜିଲ୍ଲାରେ ଥିବା ୧୭ଟି ବ୍ଲକ୍‌ ଓ ୪ଟି [...]

ଏଡୁସାଟ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା: ନୂତନ ପ୍ରସ୍ତାବ ନେଇ ଆଲୋଚନା

ଭୁବନେଶ୍ବର: ଏଡୁସାଟ୍‌ କାର୍ଯ୍ୟକ୍ରମର ମୂଲ୍ୟାୟନ ପାଇଁ କ୍ଷେତ୍ରସ୍ତରରୁ ଏହାର ଆକଳନ କରାଯିବାକୁ ନିଷ୍ପତ୍ତି ହୋଇଛି୤ ଏଡୁସାଟ୍‌ କାର୍ଯ୍ୟକ୍ରମ ଶିକ୍ଷାର ବିଷୟବସ୍ତୁ, ବିଦ୍ୟାଳୟରେ ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ଓ ଏହାର ପରିଣାମ ନେଇ ଏହି ଆକଳନ କରାଯିବ୤ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟନାୟକଙ୍କ ଅକ୍ଷ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ବେଳେ ଚଳିତ ଶିକ୍ଷା ବର୍ଷକୁ ଦିନକୁ ୩ ଘଣ୍ଟା ଏଡୁସାଟ୍‌ ମାଧ୍ୟମରେ ଶିକ୍ଷାଦାନ ପାଇଁ ପ୍ରସ୍ତାବ ରଖାଯାଇଛି୤ ପୂର୍ବାହ୍ନରେ ୯ ଟାରୁ [...]

ଜୁଲାଇରେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା(ମାଟ୍ରିକ୍‌) ଏଥର ପ୍ରଶ୍ନପତ୍ର ଚୋରି ଓ ପ୍ରଘଟ ଜନିତ କାରଣରୁ ବହୁ ବିଳମ୍ବରେ ଅର୍ଥାତ୍‌ ଅପ୍ରେଲ୍‌ ୧୭ ତାରିଖରେ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହୋଇଛି୤ ଏହି ପରୀକ୍ଷାରେ କପି କରିବା କାରଣରୁ ମୋଟ୍‌ ୬ ହଜାର ୩୭୨ ଜଣ ପରୀକ୍ଷାର୍ଥୀଙ୍କୁ ମାଲ୍‌ ପ୍ରାକ୍ଟିସ୍‌ରେ ଧରା ଯାଇଛି୤ ଏହି ପରୀକ୍ଷାର ମୂଲ୍ୟାଙ୍କନ ଆସନ୍ତା ମାସ ପହିଲାରୁ ଆରମ୍ଭ ହେବ୤ ଏଥିପାଇଁ [...]

ସର୍ବଶିକ୍ଷା ଅଭିଯାନ ଲାଗି ୨୭୭୨ କୋଟି ଟଙ୍କା ମଞ୍ଜୁର

୫୦ ଲକ୍ଷ ୮୫ ହଜାର ପିଲାଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ଦିଆଯିବ ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତ ସର୍ବଶିକ୍ଷା ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୨-୧୩ ଆର୍ଥିକ ବର୍ଷରେ ୨୭୭୨.୭୨ କୋଟି ଟଙ୍କା ବ୍ୟୟ କରିବାକୁ ଚୂଡ଼ାନ୍ତ ମଞ୍ଜୁରି ମିଳିଛି୤ ଏହା ଗତବର୍ଷ ଅପେକ୍ଷା ପ୍ରାୟ ୨୭ ଶତାଂଶ ଅଧିକ୤ ଏଥିରେ ସର୍ବଶିକ୍ଷା ଅଭିଯାନ, କସ୍ତୁରବା ଗାନ୍ଧୀ ବାଳିକା ଯୋଜନା ଓ ପ୍ରାଥମିକସ୍ତରରେ ବାଳିକାଙ୍କ ପାଇଁ ଶିକ୍ଷା ସଙ୍କ୍ରାନ୍ତ ଜାତୀୟ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ୤ [...]

ଦ୍ବିତୀୟ ଥର ପାଇଁ ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହେଲା: ପ୍ରଶ୍ନପତ୍ର ରଖିବାକୁ ୨୦୩ଟି ନୋଡ଼ାଲ କେନ୍ଦ୍ର

ଭୁବନେଶ୍ବର: ଆଜି ଦ୍ବିତୀୟ ଥର ପାଇଁ ମାଟ୍ରିକ ପରୀକ୍ଷା ଆରମ୍ଭ ପୂର୍ବରୁ ଗତକାଲି ଗଣଶିକ୍ଷାମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ଯେ, ଏଥର ପରୀକ୍ଷା ସଠିକ୍‌ ଓ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ କରାଯାଉଛି୤ ସେହିପରି ପ୍ରଶ୍ନପତ୍ର ରଖିବାକୁ ୨୦୩ଟି ନୋଡ଼ାଲ ସେଣ୍ଟର କରାଯାଇଛି ଏବଂ ଏଥି ସହିତ ତହସିଲ, ବ୍ଲକ୍‌ ଓ ଗୋଟିଏ ଟ୍ରେଜେରୀକୁ ନୋଡ଼ାଲ ସେଣ୍ଟର କରାଯାଇଛି୤ ଅତି ସମ୍ବେଦନଶୀଳ ସ୍ଥାନରେ ୮ଟି ଥାନାକୁ ସତର୍କ ରହିବା ପାଇଁ କୁହାଯାଇଛି୤ ପରୀକ୍ଷା ଶେଷ [...]

୬ଟି ଜିଲ୍ଲାରେ ଶିଶୁ ଶ୍ରମିକ ସ୍କୁଲ ଖୋଲିବାକୁ କେନ୍ଦ୍ରକୁ ଆବେଦନ କରାଯିବ

ଭୁବନେଶ୍ବର: ରାଜ୍ୟରେ ୨୪ଟି ଜିଲ୍ଲାରେ ଶିଶୁ ଶ୍ରମିକ ବିଦ୍ୟାଳୟ ଚାଲିଛି୤ ୬ଟି ଜିଲ୍ଲା ଯଥା କନ୍ଧମାଳ, ବୌଦ୍ଧ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ଏହି ବିଦ୍ୟାଳୟ ନାହିଁ୤ ତେଣୁ ଏସବୁ ଜିଲ୍ଲାରେ ବିଦ୍ୟାଳୟ ଖୋଲିବା ନିମନ୍ତେ କେନ୍ଦ୍ରକୁ ଆବେଦନ କରାଯିବ ବୋଲି ଶ୍ରମମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରକାଶ କରିଛନ୍ତି୤ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାଣିକଙ୍କ ମୂଳପ୍ରଶ୍ନ ଓ ସଭ୍ୟ ଅରବିନ୍ଦ ଢାଲୀ, ସାଧୁ ନେପାକ, ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖଙ୍କ ଅତିରିକ୍ତ [...]

୩୪ ହଜାର ୨୩୯ ଟି ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡ଼ିଛି: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ୩୪ ହଜାର ୨୩୯ ଟି ବିଭିନ୍ନ ପାହ୍ୟାର ଶିକ୍ଷକ ପଦବୀ ଖାଲି ପଡ଼ିଛି ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି୤ ସ୍ବାଧୀନ ସଭ୍ୟ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଗଣଶିକ୍ଷାମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୧୩,୦୭୭ଟି ଲେବୁଲ-୫ ଶିକ୍ଷକ ପଦବୀ, ୧୩,୪୨୯ଟି ଲେବୁଲ-୪ ଶିକ୍ଷକ ପଦବୀ ଓ ୭,୭୩୩ଟି ଲେବୁଲ-୩ ଶିକ୍ଷକ ପଦବୀ ଖାଲି [...]

Pages: